ଭଦ୍ରକରେ ପୁଲିସର ଏନ୍‌କାଉଣ୍ଟର

ଭଦ୍ରକ: ଭଦ୍ରକରେ ପୁଲିସର ଏନ୍‌କାଉଣ୍ଟର। ସହରରେ ଅପରାଧୀଙ୍କ ସାବାଡ୍ ପାଇଁ ଗର୍ଜିଲା ପୁଲିସର ବନ୍ଧୁକ। ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନ୍‌କାଉଣ୍ଟର କରାଯାଇଛି। ପପୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ପ୍ରଥମିକ ଚିକିତ୍ସା ପରେ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଏନକାଉଣ୍ଟର ବେଳେ ୩ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି। ଜଣେ ASI, ଜଣେ ଇନସ୍ପେକ୍ଟର ଏବଂ ଜଣେ କନେଷ୍ଟବଲ୍ ଆହତ ହୋଇଛନ୍ତି । ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୁୁଲିସ ମିଳିତ ଅପରେସନ୍ କରିଥିଲେ ।

ସୂଚନା ଅନୁଯାୟୀ, ଭଦ୍ରକ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୁଲିସ। ପାଟ୍ରୋଲିଂ ବେଳେ ପପୁ ସହ ପୁଲିସର ମୁହାଁମୁହିଁ ହେଇଥିଲା । ପୁଲିସକୁ ଦେଖି ଅତର୍କିତ ଗୁଳିମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ପପୁ ମଲ୍ଲିକ। ପୁଲିସ ନିଜର ଆତ୍ମରକ୍ଷା ପାଇଁ ଅପରାଧିକୁ ବଜାବ ଦେଇଥିଲା । ଏହି ଏନ୍କାଉଣ୍ଟରରେ ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ପପୁ ଗୁରୁତର ହୋଇପଡିଥିଲା । ତାକୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନାଁରେ ୨୨ରୁ ଅଧିକ ହତ୍ୟା, ରାହାଜାନୀ ଭଳି ଅପରାଧିକ ମାମଲା ରହିଛି। ତେବେ ଏହି ଏନ୍କାଉଣ୍ଟର ବେଳେ ପପୁର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

  • Related Posts

    ହାତୀ ଆକ୍ରମଣରେ ଯୁବକର ମୃତ୍ୟୁରେ ସଙ୍ଘାପଶିରେ ଉତ୍ତେଜନା

    ହାତୀକୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ୨୦ ଘଣ୍ଟା ଧରି ଶବକୁ ଛାଡ଼ିଲେନି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସାଙ୍ଗାପସି ତଳ ସାହିରେ ବୁଧବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇ…

    Continue reading
    ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ

    ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ