
ଭୁବନେଶ୍ୱର: ମୌସୁମୀ ଆସୁଛି । ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ । ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ଖସିପାରେ । ପାଣିପାଗ ବିଭାଗଏଭଳି ପୂର୍ବାନୁମାନ କରିଛି ।ଗତ କିଛି ଦିନ ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତକରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ରକିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ ।
ଆନ୍ତର୍ଜାତିକ ପାଣିପାଗ ମଡେଲଗୁଡ଼ିକରଆକଳନ ଅନୁଯାୟୀ, ଓଡ଼ିଶାରେ ମୌସୁମୀ ଏକାସଙ୍ଗେ ସମଗ୍ର ରାଜ୍ୟକୁ ନ ଛୁଇଁ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଆଗକୁ ବଢ଼ିପାରେ । ପ୍ରଥମ ପର୍ଯ୍ୟାୟରେ ୧୩–୧୫ଜୁନ୍ ଭିତରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ । ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାପ୍ରଭାବିତ ହେବେ । ତେବେ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାଜିଲ୍ଲା ଦେଇ ସାମୁଦ୍ରିକ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସବୁଠାରୁ ଅଧିକ ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରୁ ଆର୍ଦ୍ରତା ଉପରକୁ ଆସୁଥିବାରୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ମୌସୁମୀପ୍ରବେଶ କରିପାରେ ।
ପଶ୍ଚିମ ଓଡ଼ିଶାକୁ ୧୪–୧୭ଜୁନ ମଧ୍ୟରେ ମୌସୁମୀ ଆଗମନ କରିପାରେ । ଏହିସମୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ସମ୍ପ୍ରସାରିତ ହେବ । ତୃତୀୟ ପର୍ଯ୍ୟାୟରେଉତ୍ତର-କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫–୧୯ତାରିଖ ମଧ୍ୟରେ ମୌସୁମୀ ଛୁଇଁପାରେ । ତେବେଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଶେଷପର୍ଯ୍ୟାୟରେ ମୌସୁମୀ ଦ୍ୱାରା ପ୍ରଭାବିତ ହେବାରସମ୍ଭାବନା ଅଛି । ପ୍ରଫେସର ପଶୁପାଳକ କହିଛନ୍ତି,ଆସନ୍ତା ସପ୍ତାହ ଗୁଡ଼ିକରେ ବର୍ଷାର ବଣ୍ଟନ ଏବଂମୌସୁମୀ ଆସିବା ପରେ ଦେଖାଯାଉଥିବା ଖରାଟିଆପାଗର ଅବଧି ଅଧିକ ଚିନ୍ତାର କାରଣ ସାଜିପାରେ ।


