ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା

ଭୁବନେଶ୍ଵର : ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ସହାୟକ ହେବ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆଜି ଓଡ଼ିଶାରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିଛି। ଏହି ଅସରରେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନରେ ବିତ୍ର ଦାୟିତ୍ୱ ମୋତେ ମିଳିଥିଲା। ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖିଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ; ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ। ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ। ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ; ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ। ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ। ମୋର ସ୍ୱପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ୱପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ସାମୂହିକ ସଂକଳ୍ପ। ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରିବା। ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବ। ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ।

  • Related Posts

    ହାତୀ ଆକ୍ରମଣରେ ଯୁବକର ମୃତ୍ୟୁରେ ସଙ୍ଘାପଶିରେ ଉତ୍ତେଜନା

    ହାତୀକୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ୨୦ ଘଣ୍ଟା ଧରି ଶବକୁ ଛାଡ଼ିଲେନି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସାଙ୍ଗାପସି ତଳ ସାହିରେ ବୁଧବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇ…

    Continue reading
    ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ

    ଦେବଗଡ଼:ପୌରାଚଂଳର ପ୍ରଧାନପାଟ ରୋଡସ୍ଥିତ କ୍ରିଷ୍ଟାଲ ପ୍ୟାଲେସରେ ଆଜି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନର ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ସଭାପତି ଇଂ ସୁଜିତ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସରକାରୀ ନିର୍ମାଣ କାର୍ଯ୍ୟର ସୁପରିଚାଳନା ଏବଂ ଠିକାଦାରମାନଙ୍କ ସମସ୍ୟା ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ