ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ: ଇସି

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ନେଇ ସମସ୍ୟାରେ ପଡିଛନ୍ତି। ରାହୁଲ ଯେଉଁ ଭୋଟ ଚୋରି ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ ଆବଶ୍ୟକ ଘୋଷଣାନାମା ଦେବାକୁ ଇସି ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ନିଜର ଅଭିଯୋଗ ସମ୍ପର୍କରେ ଧାର୍ୟ୍ୟ ନିୟମ ଅନୁଯାୟୀ ଯଦି ଘୋଷଣାନାମା ଦେବାରେ ରାହୁଲ ବିଫଳ ହୁଅନ୍ତି ତେବେ ତାଙ୍କୁ ଦେଶ ନିକଟରେ କ୍ଷମା ମାଗିବାକୁ ପଡିବ। ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରତ୍ୟେକ କାର୍ୟ୍ୟ ଧାର୍ୟ୍ୟ ନିୟମ ଅନୁଯାୟୀ କରିବାକୁ ହୋଇଥାଏ। ଯଦି ଧାର୍ୟ୍ୟ ନିୟମ ଅନୁଯାୟୀ କାର୍ୟ୍ୟ ସମ୍ପାଦିତ ନହୋଇ ଅନ୍ୟ ଉପାୟରେ କରାଯାଏ ତେବେ ଏଥିପାଇଁ ଯେଉଁ ଅଭିଯୋଗ ହେବ ତାହା ନିୟମ ଅନୁଯାୟୀ ହେବା ଦରକାର। ନିର୍ବାଚନ ଆୟୋଗ ଯଦି କୌଣସି ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଅନ୍ତି କିମ୍ବା କୌଣସି ଅବୈଧ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରିଥାନ୍ତି ଏସମ୍ପର୍କରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଅଭିଯୋଗ କରିବାକୁ ହେବ। ଅଭିଯୋଗ ଆଧାରରେ ଏହାର ସମାଧାନ କରାଯିବ। ଆଉ ଯଦି ରାହୁଲ ମିଥ୍ୟା ଅଭିଯୋଗ କରିଥାନ୍ତି ତେବେ ସେ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର। ଗୁରୁବାର ରାହୁଲ ଅଭିଯୋଗ କରିଥିଲେ ଯେ ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟ ଜାଲିଆତି ହୋଇଥିଲା। ଭୋଟ ଜାଲିଆତି ଯୋଗୁଁ କଂଗ୍ରେସ ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ଆସନରେ ପରାସ୍ତ ହୋଇଥିଲା।

ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମର୍ଥନ କରିଛନ୍ତି। ଏହା ସହିତ ନିର୍ବାଚନ ଆୟୋଗ ରାହୁଲଙ୍କୁ ଘୋଷଣାନାମା ଦାଖଲ କରିବାକୁ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ପ୍ରିୟଙ୍କା ନିନ୍ଦା କରିଛନ୍ତି। ସଂସଦ ଭବନ ପରିସରରେ ସାମ୍ବାଦିକଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ଇସି ନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କିତ ଅଭିଯୋଗକୁ ଏଡାଇଯିବାକୁ ଚାହୁଁଛନ୍ତି। ଅଭିଯୋଗର ସମାଧାନ ପରିବର୍ତ୍ତେ ଏହାର ସତ୍ୟପାଠ ମାଗୁଛନ୍ତି। ଇସି ଅନୁଭବ କରୁଛନ୍ତି ଯେ ସେ କେବଳ ବିଜେପି ନିକଟରେ ଉତ୍ତରଦାୟୀ। ଇସିଙ୍କ ଏପରି ଭାବନା ଠିକ୍ ନୁହେଁ। ଏପରି ହେଲେ​‌ ଦେଶର ଗଣତନ୍ତ୍ର ଧ୍ବଂସ ହୋଇଯିବ।

  • Related Posts

    ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି

    ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ…

    Continue reading
    ଆଗୁଆ ଜାମିନ ଆବେଦନ କଲେ ‘ଖାନ୍‌ ସାର୍‌’

    ପାଟନା: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ‘ଖାନ୍‌ ସାର୍‌’ (ଫୈସଲ ଖାନ୍‌)ଙ୍କ ବିରୋଧରେ ପାଟନା ପୁଲିସ ଏକ ମାମଲା ରୁଜୁ କରିଛି। ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ସମ୍ମୁଖରେ ହୋଇଥିବା ଗୁଳିଚାଳନା ଓ ଭଙ୍ଗାରୁଜା ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ