
ଦେବଗଡ଼:ସାପ କାମୁଡାରେ ତିଲେଇବଣି ବ୍ଲକର ବଡଛାପଲ ଗ୍ରାମର ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ନିପୁନ ଗୁମାନସିଙ୍ଗର ଝିଅ ଶିବନ୍ୟା(୧)।ସୂଚନା ଅନୁଯୟେୀ, ଶିବନ୍ୟା ଗତକାଲି ରାତି ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଆଜି ସକାଳେ ସେ ଗୁରୁତର ହୋଇପଡିବାରୁ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


