ୟୁନିଟ-୧ ହାଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ୟୁନିଟ -୧ ହାଟରେ ଅଗ୍ନିକାଣ୍ଡ ଘଟିଛି । ଉକ୍ତ ହାଟର ୫ ଟି ପରିବା ଗୋଦାମ ଜଳିପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଛି। ଅନ୍ୟାନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି ।

ୟୁନିଟ -୧ ମାର୍କେଟ ପଛପାର୍ଶ୍ଵରେ ଶତାଧିକ ପରିବା ଦୋକାନ ରହିଛି । ତା’ ପଛ ଗଳିରେ ପରିବା ଗୋଦାମ ଅଛି । ବୁଧବାର ଅପରାହ୍ନ ୨ ଟା ବେଳେ ପରିବା ହାଟରେ ସେତେଟା ଗହଳି ଚହଳି ନ ଥିଲା । ରାଜଧାନୀ ହାଟ କଞ୍ଚା ପରିବା ମହାଜନ ସଂଘ ନିକଟ ହୃଷିକେଶ ଓଝାଙ୍କ ପରିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା | ଦେଖୁ ଦେଖୁ ନିଆଁ ଅନ୍ୟ ପରିବା ଗୋଦାମକୁ ବ୍ୟାପିଥିଲା । ଶଙ୍କର ପରିବା ଗୋଦାମ, ଭଗି ଖଲିପାତ୍ର ଗୋଦାମ ଓ ଦୁର୍ଯୋଧନଙ୍କ ପରିବା ଗୋଦାମରେ ମଧ୍ୟ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ କଳ୍ପନା, ସେକ୍ରେଟାରୀଏଟ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ର ଓ ବରମୁଣ୍ଡା ଓଫଡ୍ରାରୁ ୧୧ଟି ଦମକଳ ଗାଡ଼ି ଘଟଣସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିଶମ ନିର୍ଦେଶାଳୟ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟ କମାଣ୍ଡ ସେଣ୍ଟରରୁ ଅଗ୍ନିଶମ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଅଗ୍ନିଶମ ଡ଼ିଆଇଜି ଉମାଶଙ୍କର ଦାଶ କହିଛନ୍ତି, ଅଗ୍ନିକାଣ୍ଡ ପ୍ରାୟତଃ ଆୟତ୍ତ ହୋଇ ସାରିଲାଣି କେଉଁ କାରଣ ଯୋଗୁଁ ନିଆଁ ଲାଗିଥିଲା, ତାହା ଅନୁସନ୍ଧାନ କରାଯିବ ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ