
କପ୍ତିପଦା : ୧୭ ଘଣ୍ଟା ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ହେଲେ ଗିରଫ କରିଲା ବନ ବିଭାଗ। ୧୨୨ କୋଟି ଠକେଇ ମାମଲରେ ଉଦଳାରେ ଚଢାଉ କରିଥିଲା ଇଡି। କପ୍ତିପଦା ଥାନା ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢାଉ ବେଳେ ମିଳିଥିଲା ହରିଣ ଶିଙ୍ଘ, ହାତୀ ଦାନ୍ତ। ଇଡିର ରେଡ ଜାରି ଥିବା ବେଳେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିବା ପରେ ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିଛି।
ହରିଣ ଶିଙ୍ଘ ଓ ହାତୀ ଦାନ୍ତକୁ ଜବତ କରିଛି। ସେପଟେ ଇଡି ଇଶ୍ବରଙ୍କ ଘରୁ ଜମିପଟ୍ଟା, ଅଳଙ୍କାର ସହ ବ୍ୟାଙ୍କ ପାସବୁକ ଜବତ କରିଛି।





