ଯାଜପୁର ହଇଜା, ଆଉ ୨ ମୃତ

ଯାଜପୁର : ଯାଜପୁର ଜିଲାରେ ଝାଡ଼ାବାନ୍ତି ସ୍ଥିତି ଗୁରୁତର ରହିଛି। ପ୍ରତିଦିନ ଯେତିକି ସୁସ୍ଥ ହେଉଛନ୍ତି ତାଠାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଶନିବାର ଦାନଗଦି ବ୍ଲକ ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨) ଓ ଯାଜପୁର ଟାଉନର ମଦନମୋହନ ସେନାପତି (୬୨)ଙ୍କ ମୃତ୍ୟୁ ପରେ ସଂଖ୍ୟା ୧୪ ଛୁଇଁଛି। ଗତ ୨୪ ଘଣ୍ଟା ଭିତରେ ଦାନଗଦି ବ୍ଲକରେ ଆଉ ୪୬ ଜଣ ଆକ୍ରାନ୍ତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨)ଙ୍କ ମୃତ୍ୟୁ ଘଟିଛି। ରାଣୀପଡ଼ା ପଞ୍ଚାୟତ କଙ୍କଡ଼ାଝର ଗାଁର ମିନତି ପେରେଇ (୨୭)ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟାରେ ଚିକିତ୍ସାଧୀନଙ୍କ ମଧ୍ୟରୁ ସୁସ୍ଥ ହେବା ପରେ ୧୩ ଜଣଙ୍କୁ ଛାଡ଼ି ଦିଆଯାଇଛି। ତରାଇଲୋ ଗାଁରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଚାଲୁ ରହିଛି। ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ୟ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଆଜି ଆଉ ୩ଜଣ ହଇଜା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ ବର୍ତ୍ତମାନ ବଡ଼ଚଣା, ବ୍ୟାସନଗର, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମା ସୂଚନା ଦେଇଛନ୍ତି। ୨୦୦ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ରିପୋର୍ଟ ଆସିଲେ ହଇଜା ରୋଗୀଙ୍କ ସଂଖ୍ୟା କେତେ ହେବ ତାହା ସ୍ପଷ୍ଟ ହୋଇଯିବ।
ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ଜଳଉତ୍ସ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରାଯିବା ସହିତ ଲୋକଙ୍କୁ ହାଲୋଜେନ ବଟିକା ପ୍ରଦାନ କରାଯାଉଛି। ଯେପରି ସ୍ଥିତିରେ ସୁଧାର ଆସିବ ସେ ନେଇ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରୁଛନ୍ତି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ