ଏଥର ରାଜ୍ୟରେ ସ୍ବଭାବିକଠୁ ଅଧିକ ହେବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପାଗ ଅନୁକୁଳ ରହିଛି । ଚାଷୀମାନଙ୍କ ପାଇଁ ବେସ ଖୁସିର ଖବର । ଦୁଇରୁ ତିନି ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଯାହାଫଳରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଏଥର ରାଜ୍ୟରେ ସ୍ବଭାବିକଠୁ ଅଧିକ ବର୍ଷା ହେବ ବୋଲି ଭରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,” ଚଳିତ ଥର ସଅଳ ଆସିଥିବା ମୌସୁମୀ ଏବେ ସକ୍ରିୟ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ଅତିକ୍ରମ କରି ଓଡ଼ିଶା ମଧ୍ୟ ପ୍ରବେଶ କରିଥିବା ବେଳେ ବିଭିନ୍ନ ପ୍ରାନ୍ତକୁ ମୌସୁମୀ ଛୁଇଁଛି । ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଅଗ୍ରସର ହେବ ମୌସୁନୀ ବାୟୁ ।ଏପରିକି ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବାୟୁ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି , ଆଗକୁ ଅହୁରି ପ୍ରଭାବ ଦେଖିବାକୁ ମିଳିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ଯାହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ ଚଳିତ ବର୍ଷ ଓଡିଶାରେ ତାଠୁ ଅଧିକ ବର୍ଷା ହେବ । ଅର୍ଥାତ୍ ସ୍ବଳ୍ପ ବୃଷ୍ଟାପାତ ନୁହେଁ ସ୍ବଭାବିକଠୁ ଅଧିକ ବର୍ଷ ହୋଇପାରେ । ଯାହାକି ଚାଷ ଓ ଚାଷୀ ଭାଇମାନଙ୍କ ପାଇଁ ପୁରା ଅନୁକୁଳ ପାଗ ରହିବ । ଫଳରେ ଚାଷର କାର୍ୟ୍ୟ ସଠିକ ଭାବେ କରିବା ପାଇଁ ଆବଶ୍ୟକୀୟ ବୃଷ୍ଟିପାତ ବିଶେଷ କରି ଜୁନରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ଲାଗି ରହିବ ।”ସେ ଆହୁରି ମଧ୍ୟ କହିଛନ୍ତି, ” ଆଗାମୀ ସାତ ଦିନ ପାଇଁ ମୌସୁମୀ ଜନିତ ବର୍ଷା ଜାରି ରହିବ , ୪୮ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହେବ । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ମଧ୍ୟ ୩୦ରୁ ୪୦ କିମି ପର୍ୟ୍ୟନ୍ତ ରହିବ । ଯଦି ଦେଖିବା ଆଗାମୀ ୨୪ଘଣ୍ଟା ପର୍ୟ୍ୟନ୍ତ ଦେକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସହିତ ବିଜୁ ଘଡଘଡି ଜାରି ରହିବ । ସେହିପରି ଉତ୍ତର ଓଡ଼ିଶାରେ ମଧ୍ୟ ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ବର୍ଷା ଜାରି ରହିବ ।ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେଗୁଡ଼ିକ ହେଲା ମୟୂରଭଞ୍ଜ , କେନ୍ଦୁଝର, ଗଜପତି , ବାଲେଶ୍ବର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡିରେ ଜାରି ରହିବ । “

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ