ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକନିକକୁ ନେଇ ଗଠିତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ଉପହାର। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏବଂ ଶାସନକୁ ଉନ୍ନତ କରିବା ମେରିଟ୍ ଯୋଜନାର ଉଦ୍ଦେଶ୍ୟ। ଏହି ‘କେନ୍ଦ୍ରୀୟ କ୍ଷେତ୍ର ଯୋଜନା’କୁ କାର୍ୟ୍ୟକାରୀ କରିବା ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ୪୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୪୨୦୦ କୋଟି ଟଙ୍କା ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ଋଣ ଭାବରେ ୨୧୦୦ କୋଟି ଟଙ୍କା ସହାୟତା ମିଳିବ। ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ/ସରକାରୀ ସହାୟତା ପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବାର ଆଶା କରାଯାଉଛି । ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ରାଜ୍ୟ ଇଞ୍ଜିନିୟରିଂ ପ୍ରତିଷ୍ଠାନ, ପଲିଟେକନିକ୍ ଏବଂ ଆଫିଲିଏଟିଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ସାମିଲ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗଗୁଡ଼ିକୁ ମଧ୍ୟ ମେରିଟ୍ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଏହା ବ୍ୟତୀତ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ।
ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତିରେ ଆମ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀର ବୈଷୟିକ ଶିକ୍ଷା ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ । ମେରିଟ୍ ଆମର ବୈଷୟିକ ଶିକ୍ଷାକୁ ଭବିଷ୍ୟତ ଆଧାରିତ କରାଇବା ସହ ସର୍ବବ୍ୟାପୀ ଏବଂ ନବସୃଜନକୁ ଆଗେଇ ନେବ । ବହୁବିଧ ଶିକ୍ଷା, ପାଠ୍ୟକ୍ରମ ଏବଂ ଶିକ୍ଷା ସଂସ୍କାର, ଡିଜିଟାଲାଇଜେସନ୍ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ମାଧ୍ୟମରେ ବୈଷୟିକ ଶିକ୍ଷାର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବ । ସମାନତା ଏବଂ ଉପଲବ୍ଧିରେ ଅସନ୍ତୁଳନକୁ ଦୂର କରିବ । ଗବେଷଣା, ନବସୃଜନ ଏବଂ ଉଦ୍ୟମିତା ଦୃଶ୍ୟପଟ୍ଟକୁ ଆହୁରି ସୁଦୃଢ଼ କରିବ। ସାଂସ୍ଥାଗତ ସୁଶାସନକୁ ମଜବୁତ କରିବ । ରୋଜଗର କ୍ଷମତାକୁ ଉନ୍ନତ କରିବା ସହ ୭.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ।

ଏହା ବ୍ୟତୀତ ସେହିପରି କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁଓ୍ୱାଇ)ର ହିତାଧିକାରୀ ମାନଙ୍କ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ୧୨,୦୦୦ କୋଟି ଟଙ୍କା ସବସିଡି ଜାରି ରଖିବାକୁ ମଞ୍ଜୁର ଦେଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୩୩ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ ଅଛନ୍ତି । ଏହା ଦ୍ୱାରା ଗରିବ ପରିବାର ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ । ଅପରପକ୍ଷରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସବସିଡି ଘୋଷଣା କରିବା ନିଷ୍ପତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

  • Related Posts

    ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି

    ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ…

    Continue reading
    ଆଗୁଆ ଜାମିନ ଆବେଦନ କଲେ ‘ଖାନ୍‌ ସାର୍‌’

    ପାଟନା: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ‘ଖାନ୍‌ ସାର୍‌’ (ଫୈସଲ ଖାନ୍‌)ଙ୍କ ବିରୋଧରେ ପାଟନା ପୁଲିସ ଏକ ମାମଲା ରୁଜୁ କରିଛି। ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ସମ୍ମୁଖରେ ହୋଇଥିବା ଗୁଳିଚାଳନା ଓ ଭଙ୍ଗାରୁଜା ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ