ହାତୀ ଆକ୍ରମଣରେ ଯୁବକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଧାନଗଦି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ହାତୀ ଦାଉରୁ ଫସଲକୁ ବଞ୍ଚାଇବାକୁ ଯାଇ ଥିବାବେଳେ ଶୁଣ୍ଢରେ କଚାଡ଼ି ମାରିଲା ହାତୀ। ଘଟଣାସ୍ଥଳରେ ଯୁବକ ମୃତ । ମୃତକ ଧାନଗଦି ଗ୍ରାମର ଶିବ ମୁଣ୍ଡା(୨୩) ବୋଲି ଜଣାପଡ଼ିଛି । ଗଛରେ ଚଢ଼ି ଯିବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସାଙ୍ଗରେ ଥିବା ଅନ୍ୟ ୨ ଯୁବକ।ସୂଚନା ଅନୁସାରେ, ବିଜେପି ରେଞ୍ଜର ଧାନଗଦି, ଅଡ଼ାଳ, ଯାତ୍ରା, ସୁକଡୋଳା ଆଦି ଅଞ୍ଚଳରେ ୨୪ଟିକିଆ ହାତୀ ପଲ କିଛି ଦିନ ଧରି ଉପଦ୍ରବ ଚଳାଇଛନ୍ତି। ଧାନ ଫସଲ ନଷ୍ଟ କରିବା ସହ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି। ହାତୀ ପଲଙ୍କ ଭିତରୁ ଥିବା ୨ଟି ଦନ୍ତା ହାତୀ ହିଂସ୍ର ହେବା ସହ ଲୋକଙ୍କୁ ଘୋଉଡ଼ାଇବା ସହ ଆକ୍ରମଣ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଧାନଗଦି ଗାଁ ନିକଟରେ କ୍ଷେତରେ ପଶି ହାତୀପଲ ନଷ୍ଟ କରୁଥିବାବେଳେ ଗ୍ରାମବାସୀ ହାତୀପଲଙ୍କୁ ଘୋଉଡ଼ାଉଥିଲେ ।
ଏହି ସମୟରେ ଶିବଙ୍କୁ ଦନ୍ତା ହାତୀଟି ଶୁଣ୍ଢରେ କଚାଡ଼ି ଦେବା ସହ ହିଡ଼ ଉପରୁ ଟେକି ନେଇ ନଦୀକୁ ଫିଙ୍ଗି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିବଙ୍କ ମୃତ୍ୟୁ ଘଟିଥିଲା । ତେବେ ସାଙ୍ଗରେ ଥିବା ଅନ୍ୟ ୨ଯୁବକ ସନ୍ତୋଷ ମୁଣ୍ଡା ଜୀବନ ବଞ୍ଚାଇବାକୁ ଗଛ ଉପରେ ଚଢ଼ି ଯାଇଥିଲେ ଓ ରତ୍ନା ମୁଣ୍ଡା ଏକ ଖାଲରେ ପଶି ଯିବାରୁ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବନ ବିଭାଗ ଟିମ୍ ଓ ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ତେବେ ବନ ବିଭାଗ ହାତୀପଲଙ୍କୁ ଘୋଉଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ବିଫଳ ହେଉଛି। କ୍ଷେତରେ ପଶି ହାତୀପଲ ଫସଲ ନଷ୍ଟ କରିବା ସହ ବହୁ ଧନ ଜୀବନ ନଷ୍ଟ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ ହାତୀଙ୍କୁ ନିୟମିତ ଘୋଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ