୨୭ ସୁଦ୍ଧା ଶିଶୁବାଟିକାରୁ ମାଟ୍ରିକ ଯାଏଁ ମିଳିବ ୟୁନିଫର୍ମ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକାରୁ ନେଇ ମାଟ୍ରିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ପୋଷାକର ଗୁଣାବତ୍ତା ଯାଞ୍ଚ ହେବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) । ଏଥିସହ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି କରାଯାଇଛି । ଚିଠିରେ ୟୁନିଫର୍ମ ପ୍ରସ୍ତୁତି, ବଣ୍ଟନ ନେଇ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବେ ସେନେଇ ସମସ୍ତ ନିୟମାବଳୀ ଉଲ୍ଲେଖ ରହିଛି ।
ଏଥରକ ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛି । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ୟୁନିଫର୍ମ ବଣ୍ଟନ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟପତ୍ର ଓ ଟୋପି ଦିଆଯିବ । ପୂର୍ବରୁ ପୋଷାକ ତିଆରି ଦାୟିତ୍ୱରେ ଥିବା ମହିଳା ଏସଏଚଜି, ଏମଏସଇ, ଏସଏମସି, ଏସଏମଡିସି, ଭିଏମଡିସିଙ୍କୁ ପରିବର୍ତ୍ତନ କରାଯିବନି । ଜିଲ୍ଲାସ୍ତରୀୟ କମିଟି ପୋଷାକ ବଣ୍ଟନ କାମ ତଦାରଖ କରିବେ ।
୨୦୨୬-୨୭ରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ । ସେଥିରେ ଛାତ୍ର, ଛାତ୍ରୀଙ୍କ ନାଁ ଅଲଗା କରି ସେହି ଅନୁସାରେ ପୋଷାକ ବଣ୍ଟନ କରିବେ । ୧୦ ତାରିଖ ସୁଦ୍ଧା ସମସ୍ତ ସ୍କୁଲର ତଥ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ପହଞ୍ଚିବ । ୧୨ ତାରିଖ ସୁଦ୍ଧା ସମସ୍ତ ପୋଷାକ ପ୍ରସ୍ତୁତି ଦାୟିତ୍ୱରେ ଥିବା ସଂସ୍ଥାର ୱାର୍କଅର୍ଡରକୁ ସମୀକ୍ଷା କରାଯିବ । ୨୭ ସୁଦ୍ଧା ପୋଷାକ ବଣ୍ଟନ, ୩୦ ସୁଦ୍ଧା ପୋଷାକର ଗୁଣବତ୍ତା ଯାଞ୍ଚ, ମଇ ୨ ତାରିଖ ସୁଦ୍ଧା ପୋଷାକ ବଣ୍ଟନ ସରିବା ସହ ଏହାର ସବିଶେଷ ରିପୋର୍ଟ ଓସେପା ଅଫିସରେ ଦିଆଯିବାକୁ ନିର୍ଦ୍ଦେଶ ରହିଛି ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ