ନିୟମଗିରି ନେତା ପଳାତକ ଘୋଷିତ

ରାୟଗଡ଼ା : ରାୟଗଡ଼ା ଜିଲା ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କୁ ଲାଞ୍ଜିଗଡ଼ ମୁନସିଫ୍‌ କୋର୍ଟ ପଳାତକ ଘୋଷଣା କରିବା ସହିତ ତାଙ୍କର ସବୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କଲ୍ୟାଣସିଂହପୁର ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୧୭ ମସିହାର ଏକ ମାମଲାର ବିଚାର କରି ଏହି ରାୟ ଦିଆଯାଇଛି। ସୂଚନା ଅନୁଯାୟୀ, ଲଦଙ୍କ ବିରୋଧରେ ଆପରାଧିକ ଆଇନର ଧାରା ୭ ତଥା ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଦଫାରେ ଆପରାଧିକ ମାମଲା ରୁଜୁ ହୋଇଥିଲା। ଲାଖପଦର ଗ୍ରାମର ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତି ବର୍ଗର। ସେ ବହୁ ଦିନଧରି ନିୟମଗିରି ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ସଂଗ୍ରାମ କରିବା ସହିତ ନିୟମଗିରି ସୁରକ୍ଷା ସମିତିର ଆବାହକ ଭାବେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷେ ଅନେକ ସାମାଜିକ କର୍ମୀ ଏହି ରାୟକୁ ବିରୋଧ କରିଛନ୍ତି। ନିୟମଗିରିରେ ବସବାସ କରୁଥିବା କନ୍ଧ ଜନଜାତିର ଲୋକଙ୍କ ଜୀବନଜୀବିକା ପାଇଁ ଲଢ଼େଇ କରୁଥିବା ଲଦ ସିକକାଙ୍କୁ ପଳାତକ ଘୋଷଣା ତଥା ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ଆଦେଶ ବ୍ୟବସ୍ଥାଗତ ଅନ୍ୟାୟ ବୋଲି ବିଶିଷ୍ଟ ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି କହିଛନ୍ତି। ଉଚ୍ଚ ନ୍ୟାୟାଳୟ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବା ଶ୍ରୀ ସିକକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଦାବି କରିଛନ୍ତି।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

    ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ