କର୍ମକର୍ତ୍ତା ତୃଣମୂଳସ୍ତରକୁ ଯାଇ ସଂଗଠନ କରନ୍ତୁ : ଭକ୍ତ

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବରିଷ୍ଠ ନେତା କିଶୋର ଜେନା, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ, ସନତ ଦାସ ଓ ଶୁଭେନ୍ଦୁ ମହାନ୍ତି ମଞ୍ଚାସୀନ ଥିଲେ ।

ପ୍ରଥମେ ବୈଠକ ଆରମ୍ଭରେ ଦୀପ ପ୍ରଜ୍ଜଳନ କରାଯାଇ ନୂତନ ଭାବେ ଦାୟିତ୍ୱ ପାଇଥିବା ସମସ୍ତ ପାଦାଧିକାରୀ ଏବଂ ସଦସ୍ୟଙ୍କ ପରିଚୟ ପ୍ରଦାନ କରାଯିବା ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ବୈଠକକୁ ସମ୍ବୋଧନ କରି ପିସିସି ସଭାପତି ଶ୍ରୀ ଦାସ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ମିଶି ସଂଗଠନ ତିଆରି କରିବା ପାଇଁ ଆହ୍ୱାନ ଦେଇଥିଲେ । କଂଗ୍ରେସର ସମୟ ଆସିଛି ଏବଂ ଏଭଳି ଏକ ଘଡିସନ୍ଧି ମୂହର୍ତ୍ତରେ ଯଦି ଆମେ ଏକତ୍ରିତ ହୋଇ କାମ କରିବା ତେବେ ନିଶ୍ଚୟ କଂଗ୍ରେସ କ୍ଷମତାକୁ ପୁନଃର୍ବାର ଆସିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ମୁଁ ଦାୟିତ୍ୱ ନେଲାବେଳକୁ ଭୁବନେଶ୍ୱର ଜିଲ୍ଲା ସଂଗଠନର କୌଣସି ଚିହ୍ନବର୍ଣ୍ଣ ନଥିଲା । ଏଭଳି ଏକ ସମୟରେ ମୋ ଉପରେ ଆସ୍ଥା ରଖି ପିସିସି ସଭାପତି ଯେଉଁ ଦାୟିତ୍ୱ ଅର୍ପଣ କରିଛନ୍ତି ମୁଁ ତାହା ପାଳନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ନିବେଦନ ସମସ୍ତେ ମନାନ୍ତର ଓ ମତାନ୍ତର ଭୂଲି ଆସନ୍ତୁ କଂଗ୍ରେସ ଦଳକୁ ପୁନଃର୍ବାର ଗଢ଼ିବା ଏବଂ ସଂଗଠନରେ ଭୁବନେଶ୍ୱରକୁ କଂଗ୍ରେସ ଦଳର ସବୁଠାରୁ ବଳିଷ୍ଠ ସଂଗଠନ ରୂପେ ପ୍ରତିପାଦିତ କରିବା ।
ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଏବଂ ପଦାଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସମସ୍ତ ସଦସ୍ୟ ଓ ସଦସ୍ୟା ଭୁବନେଶ୍ୱରକୁ କଂଗ୍ରେସର ମଡେଲ ଜିଲ୍ଲା ରୂପେ ଗଢ଼ି ତୋଳିବାକୁ ଶପଥ ପାଠ କରିଥିଲେ ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ