ସାର ଟଙ୍କା ହେରଫେର ଅଭିଯୋଗରେ କଲା ପ୍ୟାକ୍ସର ପୂର୍ବ ସଂପାଦକ ଗିରଫ

ଦେବଗଡ଼:ବାରକୋଟ ବ୍ଲକର କଲା ପ୍ୟାକ୍ସର ପୂର୍ବ ସଂପାଦକ ଶ୍ରୀପତି ପ୍ରଧାନଙ୍କୁ ସାର ବାବଦ ଅର୍ଥରୁ ୧୬.୭୨ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଆଜି ଗିରଫ କରିଛି। ଗିରଫ ପରେ ଶ୍ରୀ ପ୍ରଧାନଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ରେ କଲା ପ୍ୟାକ୍ସରେ ୧୬ ଲକ୍ଷରୁ ଅଧିକ ଟଙ୍କାର ହେରଫେର ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା।ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଶ୍ରୀ ପ୍ରଧାନ ରେଜିଷ୍ଟର,ଲେଜର ଏଣ୍ଟ୍ରି ଏବଂ ଷ୍ଟକ୍/ଇନ୍‌ଭେଣ୍ଟୋରୀ ବହିରେ ଜାଲିଆତି କରିଥିଲେ।ସ୍ଥାନୀୟ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ସାରକୁ ବେଆଇନ ଭାବେ ଅନ୍ୟତ୍ର ବିକ୍ରି କରି ୧୬,୭୨,୫୬୭ ଟଙ୍କା ସାର ଟଙ୍କା ହଡପ କରିଥିବା ତଦନ୍ତରୁ ଜଣାପଡିଥିଲା। ଯାହା ଫଳରେ ଚାଷୀମାନେ ସରକାରଙ୍କ ଉଦ୍ଦିଷ୍ଟ ସୁବିଧାରୁ ବଞ୍ଚିତ ହୋଇଥିଲେ। ଏନେଇ ଅଭିଯୋଗ ହେବା ପରେ ରାଉଲକେଲା ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ ହୋଇଥିଲା। ତେବେ ଅ‌ାଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନ ଗିରଫ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ