ରାଜ୍ୟରେ ଖୋଲିବ ୧୮ ନୂଆ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ ସ୍ଥାପନ ପାଇଁ ପଦକ୍ଷେପ । ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି । ଉଚ୍ଚ ନ୍ୟାୟାଳୟର ସ୍ବତନ୍ତ୍ର ଅଫିସର ମଳୟ କୁମାର ପ୍ରଧାନ ଏନେଇ ଜିଲ୍ଲାର ବିଚାରପତିଙ୍କୁ ଲେଖିଛନ୍ତି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ , ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ନୂଆ କୋର୍ଟ ସ୍ଥାପନ ହେବ ।

ନବରଙ୍ଗପୁରରେ ସର୍ବାଧିକ ତିନିଟି କୋର୍ଟ ପାପଡ଼ାହାଣ୍ଡି ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ହେବ। ବରଗଡ଼ ଆତାବିରା, ମୟୂରଭଞ୍ଜା ସାମାଖୁଣ୍ଟା, ଭଦ୍ରକ ଭଣ୍ଡାରିପୋଖରୀ, ମୟୂରଭଞ୍ଜ କୁଲିଆନା, ବଲାଙ୍ଗୀର ଦେଓଗାଁ, ଦେଓଗଡ଼ ନାଇକୁଲ (ଟିଲେଇବାଣି), ଢେଙ୍କାନାଳ ଓଡ଼ପଡ଼ା , ଗଞ୍ଜାମ ରଙ୍ଗେଇଲୁଣ୍ଡା, ନୟାଗଡ଼ ନୂଆଗାଁ, ଜଗତସିଂହପୁର ବିରିଡ଼ି, ପୁରୀର ବ୍ରହ୍ମଗିରି, ଜଗତସିଂହପୁର ରଘୁନାଥପୁର, ସୁନ୍ଦରଗଡ଼ ସୁବଡେଗା, ଯାଜପୁର ଦଶରଥପୁର, ସୁନ୍ଦରଗଡ଼ ତାଙ୍ଗରପଲ୍ଲୀରେ ଏସବୁ କୋର୍ଟ ସ୍ଥାପନ ହେବ ।

ହାଇକୋର୍ଟ ଏସବୁ ଜିଲ୍ଲାର ବିଚାରପତିମାନଙ୍କୁ ନୂଆ କୋର୍ଟଗୁଡ଼ିକର ଅଧିକ୍ଷେତ୍ର ସୀମା ଉଲ୍ଲେଖ କରି ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି କୋର୍ଟ ହଲ୍, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ, ଅଲଗା ଲକ୍-ଅପ୍, ଅଫିସ୍, ପ୍ରିସାଇଡିଙ୍ଗ୍ ଅଫିସରଙ୍କ ଚେମ୍ବର୍ ଓ ଆବାସିକ ବ୍ୟବସ୍ଥା ତଥା କର୍ମଚାରୀଙ୍କ ପାଇଁ ଆବାସ ଉପଲବ୍ଧତା ବିଷୟରେ ସୂଚନା ୬ ନଭେମ୍ବର ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ନ୍ୟାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ବା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟ ପାଇବାରେ ସହଜତା ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

  • Related Posts

    କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆଜିଠୁ ଆରମ୍ଭ ୧୦ ଯାଏଁ ଚାଲିବ ପ୍ରକ୍ରିୟା

    କଟକ: ୨୦୨୬ ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମ ପ୍ରକ୍ରିୟା। ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଏହି ନିଲାମ ଚାଲିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ…

    Continue reading
    ପ୍ରବଳ ବର୍ଷା, ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

    ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’। ଆଜି ରାତି ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି