କଟକ: ୨୦୨୬ ଐତିହାସିକ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମ ପ୍ରକ୍ରିୟା। ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଏହି ନିଲାମ ଚାଲିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ୭ଟି ଟିମ୍ ଗଠନ କରିଛି ଜିଲ୍ଲା ପ୍ରଶାସନ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ନିଲାମ ଚାଲିବ। ଚଳିତ ବର୍ଷ ପ୍ରାୟ ୩୦୦ରୁ ୪୦୦ଟି ପ୍ଲଟ୍ ନିଲାମ ହେବ।
ରାଜ୍ୟରେ ଖୋଲିବ ୧୮ ନୂଆ କୋର୍ଟ
ଭୁବନେଶ୍ୱର: ରାଜ୍ୟରେ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ ସ୍ଥାପନ ପାଇଁ ପଦକ୍ଷେପ । ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି ।…




