ଟି ବ୍ରିଜ ‘ନୋ ଭେହିକିଲ ଜୋନ’ ଘୋଷଣା

କଟକ: ବାବା ସିଂହନାଥଙ୍କ ପୀଠରେ ପଞ୍ଚୁକ ଓ ବଡ଼ଓଷା ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତ କଟକଣା ଜାରି କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୯ ନଭେମ୍ବର ମଧ୍ୟରାତ୍ରିରୁ ୨୪ ନଭେମ୍ବର ମଧ୍ୟରାତ୍ରି ପର୍ଯ୍ୟନ୍ତ ଟି-ବ୍ରିଜ୍‌କୁ ‘ନୋ ଭେହିକିଲ୍ ଜୋନ୍’ ଘୋଷଣା କରାଯାଇଛି।ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ, ବଡ଼ମ୍ବା ପାର୍ଶ୍ୱରୁ ବୈଦେଶ୍ୱର ପାର୍ଶ୍ୱକୁ ସଂଯୋଗ କରୁଥିବା ସମଗ୍ର ଟି-ବ୍ରିଜ୍‌ରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ସେହିପରି ବଡ଼ମ୍ବା-ନରସିଂହପୁର ରାସ୍ତାର ଗୋପୀନାଥପୁର ଏବଂ ବାଙ୍କୀ-ବୈଦେଶ୍ୱର ରାସ୍ତାର ବୈଦେଶ୍ୱର ଛକ ଠାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଏବଂ ଆମ୍ବୁଲାନ୍ସକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।
ବଡ଼ଓଷା ଓ ପଞ୍ଚୁକ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ବାବା ସିଂହନାଥଙ୍କ ଦର୍ଶନ ପାଇଁ ଆସୁଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା, ଟ୍ରାଫିକ୍ ବ୍ୟବସ୍ଥାର ସୁଚାରୁ ପରିଚାଳନା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ଉକ୍ତ ସମୟ ମଧ୍ୟରେ ଯାତାୟାତ କରୁଥିବା ଜନସାଧାରଣ ପ୍ରଶାସନର ନିୟମାବଳୀ ପାଳନ କରିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପାଞ୍ଚ ଦିନ ପଞ୍ଚୁକ ଅବସରରେ ବାବା ସିଂହନାଥଙ୍କ ପୀଠରେ ପ୍ରତିବର୍ଷ ଭକ୍ତଙ୍କ ଭିଡ ଜମୁଛି । କଟକ ବଡ଼ମ୍ବାର ମହାନଦୀ ମଝି ଦ୍ୱୀପରେ ଥିବା ଏହି ପ୍ରସିଦ୍ଧ ଶୈବ ପୀଠରେ ପଞ୍ଚୁକର ପାଞ୍ଚ ଦିନ ପର୍ଯ୍ୟନ୍ତ ଏଠାରେ ଅଖଣ୍ଡ ଦୀପ ଦାନ, ଭାଗବତ ପାଠ ଓ ନାମ ସଂକୀର୍ତ୍ତନ ଚାଲେ । ସେପଟେ ବଡ଼ଓଷା ହେଉଛି ବାବା ସିଂହନାଥଙ୍କ ସବୁଠୁ ବଡ଼ ବ୍ରତ । ବିବାହିତା ମହିଳା ମାନେ ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରି ଏଠାରେ ଉପବାସ ରଖିଥାନ୍ତି । ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଶାସନ ପକ୍ଷରୁ ଡଙ୍ଗା ଚଳାଚଳ, ସୁରକ୍ଷା ଓ ଆଲୋକୀକରଣର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନିଆଯିବ । ବଡ଼ଓଷା ରାତିରେ ପୀଠରେ ଜାଗର ପାଳନ ହେବା ସହ ସାରା ରାତି ଖୋଲା ରହିବ ମନ୍ଦିର ।

  • Related Posts

    ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

    କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାଂସାରିଗୁଡ଼ା ମୌଜାରେ ଜଙ୍ଗଲ ଜମି କମ୍ପାନି ଦ୍ବାରା ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ…

    Continue reading
    ଡଙ୍ଗା ବୁଡ଼ି ମାଛ ଧରାଳିଙ୍କ ମୃତ୍ୟୁ

    ରେଙ୍ଗାଳି: ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଅଘଟଣ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି