ଡଙ୍ଗା ବୁଡ଼ି ମାଛ ଧରାଳିଙ୍କ ମୃତ୍ୟୁ

ରେଙ୍ଗାଳି: ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଅଘଟଣ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ନୀଳକଣ୍ଠ ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ଏକ ହୋଲି ଡଙ୍ଗାରେ ମାଛ ଧରିବା ପାଇଁ ରେଙ୍ଗାଳି ଡ୍ୟାମ୍‌ର ତଳ ପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ତେବେ ମାଛ ଧରୁଥିବା ସମୟରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ମାଛ ଧରାଳିମାନେ ତୁରନ୍ତ ନୀଳକଣ୍ଠଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ଖବର ପାଇ ରେଙ୍ଗାଳି ପୁଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଡଙ୍ଗା ବୁଡ଼ିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

  • Related Posts

    ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର

    ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର…

    Continue reading
    ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର

    ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି