ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାଂସାରିଗୁଡ଼ା ମୌଜାରେ ଜଙ୍ଗଲ ଜମି କମ୍ପାନି ଦ୍ବାରା ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏ ସଂପର୍କିତ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଞ୍ଛାନିଧି ବାଘଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କଂସାରିଗୁଡ଼ା ଓ ଏହାର ପାର୍ଶ୍ବବର୍ତ୍ତୀ ଗ୍ରାମର ସରକାରୀ ଜଙ୍ଗଲ ଜମିକୁ ବେଆଇନ ଭାବେ ଏକ ଘରୋଇ କମ୍ପାନି ଜବରଦଖଲ କରି ଆଲୁମିନା ମାଇନିଂ ଓ ରିଫାଇନାରି ସଂପର୍କିତ କାର୍ଯ୍ୟରେ ବ୍ୟବହାର କରୁଛି। ରାୟଗଡ଼ା ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ଓ ଏଠାରେ ପେସା ଆଇନ ସଂପୂର୍ଣ୍ଣ ଭା‌ବେ ଲାଗୁ। ଏଠାରେ ଜଙ୍ଗଲ ଜମି ଜବରଦଖଲ ଏକ ଗୁରୁତର ଘଟଣା। କିନ୍ତୁ ଘରୋଇ କମ୍ପାନି ଜଙ୍ଗଲ ଜମି ଜବରଦଖଲ କରିବା ପରେ ମଧ୍ୟ ପ୍ରଶାସନ ଚୁପ ବସିଛି। ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାୟଗଡ଼ା ଡିଏଫଓ, ଜିଲ୍ଲାପାଳ, ଏସପି, କାଶୀପୁର ତହସିଲଦାରଙ୍କ ନିକଟରେ ଆବେଦନକାରୀ ଅଭିଯୋଗ କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆବେଦନକାରୀ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

  • Related Posts

    ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର

    ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର…

    Continue reading
    ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର

    ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି