ଦ୍ବିତୀୟ ଦିନ: ଧୋଇଗଲା ପ୍ରଶ୍ନକାଳ, ୪ଟା ଯାଏଁ ମୁଲତବୀ

ଭୁବନେଶ୍ବର: ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ଗୃହ ସରଗରମ । ଆରମ୍ଭରୁ ବିରୋଧୀଙ୍କ ନାରାବାଜିରେ କମ୍ପିଲା ବିଧାନସଭା । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିରୋଧୀ । କୋଟିଆ ଏବଂ ଗଞ୍ଜାମ ଓ ବନ୍ୟା ତାତିରେ ଧୋଇଗଲା ପ୍ରଶ୍ନ । ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସପ୍ତଦଶ ବିଧାନସଭାର ଆଜି ଦ୍ବିତୀୟ ଦିନ । ଗଲକାଲି ଭଳି ଆଜି ବି ପ୍ରଶ୍ନକାଳ ଧୋଇଯାଇଛି । ବିରୋଧୀ ବିଜେଡି ଓ କଂଗ୍ରେସର ସଦସ୍ୟମାନେ କୋଟିଆ ଏବଂ ଗଞ୍ଜାମ ବନ୍ୟା ପ୍ରସଂଗରେ ସରକାରଙ୍କୁ ଘେରିଥିଲେ । ପୋଡ଼ିୟମ ସାମ୍ନାରେ ପ୍ଲା-କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ଏହା ଉପରେ ଆଲୋଚନା କରିବାକୁ ମୁଖ୍ୟ ବିରୋଧୀ ଦଳ ବିଜେଡିର ଦାବି କରିଥିଲା । ଏପଟେ କଂଗ୍ରେସ ସଦସ୍ୟ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ।
ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟଭାଗରେ ନାରାବାଜି ଓ ପ୍ରତିବାଦ କରିଥିଲେ । ସେପଟେ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ଦଳର ସଦସ୍ୟଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ମାତ୍ର ଏହା ସତ୍ତ୍ବେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଜାରି ରଖିଥିଲେ । ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।

  • Related Posts

    ବର୍ଷାର ପ୍ରକୋପ: ୬ ଜିଲ୍ଲାକୁ ରେଡ୍‌ ଆଲର୍ଟ

    ଭୁବନେଶ୍ୱର: ବାତ୍ୟା ‘ଅକଭାନ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଉପକୂଳ ନିକଟତର ହେଉଥିବା ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଓଗଊ) ପକ୍ଷରୁ…

    Continue reading
    ବାତ୍ୟା ମୁକାବିଲା: ୩୮୮ ଅଗ୍ନିଶମ ଟିମ୍‌ ପ୍ରସ୍ତୁତ

    ଭୁବନେଶ୍ୱର:ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି । ଉଦ୍ଧାର କାର୍ୟ୍ୟକୁ ଅଧିକ ଗୁରୁତ୍ୱ ଦେଇ ପ୍ରସ୍ତୁତ ରହିଛନ୍ତି ଅଗ୍ନିଶମ ବାହିନୀ । ବର୍ଷା ଲାଗି ରହିଥିବାରୁ ସବୁ ଅଞ୍ଚଳରେ ଟିମ୍‌ଗୁଡ଼ିକୁ ସଜାଗ ରଖାଯାଇଛି । ଜୀବନ ବଞ୍ଚାଇବାକୁ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !