COB ପେନାମାଲାଠାରେ BSF ପକ୍ଷରୁ ନାଗରିକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର

-ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ; ଲୁଗା, ଭଲିବଲ୍ ଓ କ୍ରିକେଟ୍ କିଟ୍ ସହ ପାଣି ଟାଙ୍କି ପ୍ରଦାନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ପେନାମାଲାଠାରେ ସି ଓ ବି ୧୮୦ ବାଟାଲିୟନ ସୀମା ସୁରକ୍ଷା ବଳ ପକ୍ଷରୁ ଏକ ନାଗରିକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ସାମାଜିକ ସଚେତନତା ବୃଦ୍ଧି ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୧୮୦ ବାଟାଲିୟନ ବି ଏସ ଏଫ ର କମାଣ୍ଡାଣ୍ଟ ଶ୍ରୀ ନାଓରେମ ଗୋପୀନାଥ ସିଂହ ଏବଂ ଡେପୁଟି କମାଣ୍ଡାଣ୍ଟ ଡା. ବୈଭବ ବାତ୍ରା ରାଇକିଆ ଥାନା ଅଧିକାରୀ ଏ ସ୍ୱର୍ଣଲତା ପାତ୍ର ଯୋଗଦେଇଥିଲେ । ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଦଳ ଶିବିରରେ ସାମିଲ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ।କେବଳ ସ୍ୱାସ୍ଥ୍ୟସେବାରେ ସୀମିତ ନ ରହି ବି ଏସ ଏଫ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉପଯୋଗୀ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଲୋକଙ୍କୁ ଲୁଗା ବଣ୍ଟନ କରାଯିବା ସହ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ଓ ଖେଳ ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ଭଲିବଲ୍ କିଟ୍ ଏବଂ କ୍ରିକେଟ୍ କିଟ୍ ପ୍ରଦାନ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜଳ ଆବଶ୍ୟକତା ପୂରଣ ଦିଗରେ ସହାୟତା ପାଇଁ ପାଣି ଟାଙ୍କି ମଧ୍ୟ ବଣ୍ଟନ କରାଯାଇଥିଲା।ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଏସ ଏଫ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଧାରା, ଯୁବପିଢ଼ିଙ୍କ କ୍ରୀଡ଼ା ମନୋଭାବ ଏବଂ ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିଲା। ଏଭଳି ପଦକ୍ଷେପ ସୁରକ୍ଷା ବାହିନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆପୋଷ ବିଶ୍ୱାସ, ସହଯୋଗ ଓ ସମନ୍ୱୟକୁ ଅଧିକ ମଜବୁତ କରିବାରେ ସହାୟକ ହେବ।
ଅନ୍ୟପକ୍ଷରେ, ବି ଏସ ଏଫ ଓ ରାଇକିଆ ସି ଏଚ ସି ର ମିଳିତ ପ୍ରୟାସରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳର ଲୋକଙ୍କୁ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ଦେଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର

    ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର…

    Continue reading
    ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର

    ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି