ଏଫଏମ୍ ଛାତ୍ରୀ ଆତ୍ମାହୁତି ମାମଲା: ଜ୍ୟୋତିପ୍ରକାଶ ଏବଂ ଶୁଭ୍ର ସମ୍ବିତଙ୍କୁ ଜାମିନ

କଟକ: ବହୁ ଚର୍ଚ୍ଚିତ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ମାମଲା। ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ଵାଳ ଏବଂ ଶୁଭ୍ର ସମ୍ବିତ ନାୟକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୁଧବାର ଏହି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ରାୟ ଶୁଣାଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଚାର୍ଜସିଟ୍ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଏଫଏମ୍ ଛାତ୍ରୀ ଆତ୍ମାହୁତି ମାମଲା ହାଇକୋର୍ଟକୁ ସ୍ଥାନାନ୍ତରଣ ହେବା ପରେ ବିଚାର ଆରମ୍ଭ ହୋଇଥିଲା। ଉଭୟ ଶୁଭ୍ର ସମ୍ବିତ ଓ ଜ୍ୟୋତିପ୍ରକାଶଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ ପାଇଁ ଆବେଦନ କରିଥିଲେ। ପରେ ମାମଲାର ବିଚାର କରି ଆଦିତ୍ୟ କୁମାର ମହାପାତ୍ର ଏହି ରାୟ ଦେଇଛନ୍ତି।

ପ୍ରକାଶ ଥାଉକି, ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରି ପ୍ରାଣ ହରାଇଥିଲେ। ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ଜ୍ୟୋତିପ୍ରକାଶ ବିଶ୍ଵାଳ ନାମକ ଜଣେ ଛାତ୍ର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା । ଘଟଣାର ୨୦ ଦିନ ପରେ କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ବଡ଼ ସୁରାକ୍ ମିଳିଥିଲା। ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ଵାଳ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ପୁଲିସ ହାତରେ ପ୍ରମାଣ ଲାଗିଥିଲା। ଏହାପରେ ଜ୍ୟୋତି ଓ ଶୁଭ୍ର ସମ୍ବିତଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ସେପଟେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଚାର୍ଜସିଟ୍ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ