କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ DAରେ ୩% ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛି । ଏହା ଫଳରେ କେନ୍ଦ୍ର ସରକାରଙ୍କ ୧.୧୭ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଭୋଗୀ ଉପକୃତ ହେବେ । ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।ଏହି ବୃଦ୍ଧି ୧ ଜୁଲାଇ, ୨୦୨୬ ଠାରୁ ପିଛିଲା ଭାବେ ଲାଗୁ ହେବ । ଏହି ନିଷ୍ପତ୍ତି ଦ୍ୱାରା ୪୮.୫୪ ଲକ୍ଷ କର୍ମଚାରୀ ଏବଂ ୬୮.୭୧ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଏକ ବୈଠକରେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ‘ମହଙ୍ଗା ଭତ୍ତା’ (DA) ଏବଂ ପେନସନଭୋଗୀଙ୍କ ପାଇଁ ‘ମହଙ୍ଗା ଆଶ୍ୱସ୍ତି’ (DR) ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ ଦିଆଯାଇଛି । ମୂଲ୍ୟବୃଦ୍ଧିର ଭରଣା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ୦୧.୦୭.୨୦୨୬ ତାରିଖରୁ ଲାଗୁ ହେବ । ବର୍ତ୍ତମାନର ମୂଳ ଦରମା/ ପେନସନର ୬୦ ପ୍ରତିଶତ ହାରରେ ମିଳୁଥିବା ଭତ୍ତାରେ ଏହା ଆଉ ୩ ପ୍ରତିଶତ ବୃଦ୍ଧିକୁ ସୂଚିତ କରୁଛି ।
କ୍ୟାବିନେଟ୍ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ୱସ୍ତିରେ ହୋଇଥିବା ଏହି ବୃଦ୍ଧି ଯୋଗୁଁ ସରକାରୀ ରାଜକୋଷ ଉପରେ ବାର୍ଷିକ ୧୦,୦୧୬.୧୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, “ଏହି ବୃଦ୍ଧି ସ୍ୱୀକୃତ ସୂତ୍ର ଅନୁଯାୟୀ କରାଯାଇଛି, ଯାହା ସପ୍ତମ କେନ୍ଦ୍ର ବେତନ କମିଶନଙ୍କ ସୁପାରିଶ ଉପରେ ଆଧାରିତ ।”

  • Related Posts

    ଶିବରାଜ ସିଂହ ଚୌହାନଙ୍କ ମା’ଙ୍କ ଦେହାନ୍ତ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମାଆ କାଶୀ ବାଇଙ୍କର ଆଜି (ଶୁକ୍ରବାର, ଅକ୍ଟୋବର ୩୦) ପରଲୋକ ହାଇଛି। ଶୁକ୍ରବାର ସକାଳେ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ…

    Continue reading
    ଆକାଉଣ୍ଟକୁ ଗଲା ପିଏମ-କିଷାନ ଟଙ୍କା

    ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଗୁଜରାଟର ବନାସକାଣ୍ଠା ଜିଲାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ