ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ, ଏକାଠି ହେବେ ୫ ରାଜ୍ୟ

ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ । ଆଜି ଏକାଠି ହେବେ ୫ ରାଜ୍ୟ । କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ, ଅଣମୌସୁମୀ ସମୟରେ ନିଶ୍ଚିତ ଜଳପ୍ରବାହ ଉପରେ ଗୁରୁତ୍ୱ ଦେଇପାରେ ଓଡ଼ିଶା । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ମହାନଦୀ ଅବବାହିକାର ୫ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର ବରିଷ୍ଠ ଅଧିକାରୀ ଯୋଗଦେବେ । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ।

ଦୀର୍ଘଦିନର ଜଳ ବିବାଦର ସମାଧାନ ପାଇଁ ସମସ୍ତ ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମୁଖ୍ୟତଃ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଆବଶ୍ୟକ ପରିମାଣର ଜଳ ମିଳୁନଥିବା ଅଭିଯୋଗ ହୋଇଆସୁଛି । ବିଶେଷକରି ଅଣମୌସୁମୀ ସମୟରେ ମହାନଦୀର ଜଳପ୍ରବାହ ହ୍ରାସ ପାଇବା ଫଳରେ ଚାଷ, ପାନୀୟ ଜଳ ଯୋଗାଣ, ହୀରାକୁଦ ଜଳଭଣ୍ଡାର ଏବଂ ନଦୀର ପରିବେଶ ଉପରେ ପ୍ରଭାବ ପଡ଼ୁଥିବା ଓଡ଼ିଶା ଦାବି କରିଆସୁଛି । ଅନ୍ୟପଟେ ନିଜ ରାଜ୍ୟର ବିକାଶ ଓ ଜଳ ଆବଶ୍ୟକତା ପାଇଁ ନିଜର ନ୍ୟାଯ୍ୟ ଅଂଶ ବ୍ୟବହାର କରୁଥିବା ଛତିଶଗଡ଼ ଯୁକ୍ତି ବାଢ଼ିଛି । ବୈଠକରେ ଅଣମୌସୁମୀ ସମୟରେ ଓଡ଼ିଶାକୁ ନିଶ୍ଚିତ ସର୍ବନିମ୍ନ ଜଳପ୍ରବାହ, ସ୍ୱଚ୍ଛ ଜଳ ବଣ୍ଟନ ବ୍ୟବସ୍ଥା ଏବଂ ବ୍ୟାରେଜ୍ ଗୁଡ଼ିକର ମିଳିତ ତଦାରଖ ଉପରେ ଆଲୋଚନା ହୋଇପାରେ । ଏଥିସହ ରିଅଲ୍ ଟାଇମ୍ ଜଳପ୍ରବାହ ତଥ୍ୟ ଆଦାନପ୍ରଦାନ ଏବଂ ପୂର୍ବ ଚୁକ୍ତିଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରାଯିବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଯୋଗଦେଇଥିଲେ । କେନ୍ଦ୍ରୀୟ ଜଳ ଆୟୋଗର ବୈଷୟିକ ପରାମର୍ଶ ଆଧାରରେ ସମାଧାନର ରାସ୍ତା ବାହାର କରିବା ନେଇ ଆଲୋଚନା ହୋଇଥିଲା । ୨୦୧୬ ମସିହାରେ ଓଡ଼ିଶା ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ନିକଟରେ ଅଭିଯୋଗ କରିଥିଲା । ପରେ ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ନଭେମ୍ବର ୧୬ରେ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ବୈଠକ ଡକାଯାଇଛି । ତେଣୁ ଆଲୋଚନା ମାଧ୍ୟମରେ ଏକ ସର୍ବସମ୍ମତ ସମାଧାନର ରାସ୍ତା ବାହାରିପାରୁଛି କି ନାହିଁ, ତାହା ଉପରେ ନଜର ରହିବ ।

  • Related Posts

    ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର

    ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର…

    Continue reading
    ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର

    ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି