ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା

ଭୁବନେଶ୍ୱର: ରାଜ୍ୟରେ ହାଇ ଆଲର୍ଟ ଜାରି ପରେ ବଢ଼ିଛି ସୁରକ୍ଷା। ଏନେଇ ଭୁବନେଶ୍ୱର ଷ୍ଟେସନରେ ଆରପିଏଫ ପକ୍ଷରୁ ଜୋରଦାର ହୋଇଛି ଚେକିଂ। ଆରପିଏଫ ପକ୍ଷରୁ ଷ୍ଟେସନର ପ୍ରତିଟି କୋଣ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି।

ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଖୋର୍ଦ୍ଧା, ଷ୍ଟେସନ କଟକ ଓ ଯାଜପୁର ଭଳି ବାଲେଶ୍ବର ଓ ବିଭିନ୍ନ ରେଳ ଷ୍ଟେସନରେ ଯାଂଚ କରିଛନ୍ତି ଆରପିଏଫ କର୍ମଚାରୀ। ଲୋକଙ୍କ ଆତଯାତ ଓ ଉପସ୍ଥିତିକୁ ଦୃଷ୍ଟି ଦିଆଯାଇଛି। ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁରକ୍ଷାକୁ କଡାକଡି ଭାବେ ଯାଂଚ କରାଯାଉଛା। ଏପରିକି ରେଳ ଯାତ୍ରୀଙ୍କ ଉପରେ ନଜର ରଖାଯିବା ସହ ଷ୍ଟେସନରେ ସଂଦେହ ଜନକ କିଛି ଜିନିଷ ବା କୋୖଣସି ନିଛାଟିଆ ସ୍ଥାନକୁ ମଧ୍ୟ ଆରପିଏଫ୍ ଯାଂଚ କରିଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ଲୋକଙ୍କ ଆସବାବ ପତ୍ର ଓ ଷ୍ଟେସନ ଭିତରକୁ ନେଇ ପଶୁଥିବା ସଂଦେହ ଜନକ ସାମଗ୍ରିକୁ ମଧ୍ୟ ଯାଂଚ କରୁଛନ୍ତି।

ସେହିପରି ସହରରେ ମଧ୍ୟ କମିସନରେଟ ପୋଲିସ ପକ୍ଷରୁ ପାଟ୍ରୋଲିକୁ କଡାକଡି କରଯାଇଛି। ଏନେଇ ବିଭିନ୍ନ ସିଫ୍ଟରେ ଥିବା ପିସିଆର ଓ ଥାନା ଷ୍ଟାଫ୍ ମଧ୍ୟ ସହରରେ ପଇଁତରା ମାରୁଛନ୍ତି। ରାତିରେ ବ୍ଲକି, ଚେକି ପାଇଁ ମଧ୍ୟ ତୟାର୍ ରହିଛନ୍ତି। ବସଷ୍ଟାଣ୍ଡ, ସଂପି ମଲ୍ ଓ ବିଭିନ୍ନ ମନ୍ଦିର ଓ ପାର୍କ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସହ ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନଜର ରଖିଛି।

ଗତକାଲି ପୋଲିସ ମୁଖ୍ୟାଳୟରୁ ସମସ୍ତ ଜିଲ୍ଲା ଏସପି ଓ ଡିସିପି ମାନଙ୍କୁ ଏନେଇ ନିର୍ଦେଶନାମା ଜାରି କରାଯାଇଥିଲା। ଏନେଇ ପୋଲିସ ମୁଖ୍ୟାଳୟରୁ ରାଜ୍ୟର ସମସ୍ତ ଜିଲ୍ଲା ଏସପି ଓ ଡିସିପି ଓ ସ୍ପେଶାଲ ସିକୁରିଟି ବାଟଲିୟନ ମାନଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି। ଏଥିପାଇଁ ଯଥା ସମ୍ଭବ ଆଗୁଆ ପ୍ରସ୍ତୁତ ରହିବା ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷକରି ଏନେଇ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିକୁ ଧ୍ୟାନ ଦେବାକୁ ପରାମର୍ଶ କରାଯାଇଛି।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ