ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫ ପାଇଁ ମତଦାନ ଚାଲିଛି । ରାଜ୍ୟସଭା ଏବଂ ଲୋକସଭାର ୭୬୭ଜଣ ସାଂସଦ ନିର୍ବାଚନରେ ଭୋଟ ଦେଉଛନ୍ତି । ୪ଟି ରାଜନୈତିକ ଦଳର ୧୪ଜଣ ସାଂସଦ ନିର୍ବାଚନ ବର୍ଜନ କରିଛନ୍ତି, ଯାହା ଫଳରେ ଭୋଟ ସଂଖ୍ୟା ୭୮୧ରୁ ୭୬୭କୁ ହ୍ରାସ ପାଇଛି । ମତଦାନ ଗୁପ୍ତ ଭାବରେ ଅନୁଷ୍ଠିତ ହେଉଛି ଏବଂ ରିଟର୍ଣ୍ଣିଂ ଅଧିକାରୀ ହେଉଛନ୍ତି ରାଜ୍ୟସଭା ମହାସଚିବ ପିସି ମୋଦୀ, ସହାୟକ ରିଟର୍ଣ୍ଣିଂ ଅଧିକାରୀ ହେଉଛନ୍ତି ଗରିମା ଜୈନ ଏବଂ ବିଜୟ କୁମାର । ଏନଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମ ମୋହନ ନାଇଡୁଙ୍କୁ ପୋଲିଂ ଏଜେଣ୍ଟ କରାଯାଇଛି ।
ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବହୃତ ବାଲଟ୍‍ ପେପରରେ ଦୁଇଟି ସ୍ତମ୍ଭ ଅଛି । ପ୍ରଥମ ସ୍ତମ୍ଭରେ ଉଭୟ ପ୍ରାର୍ଥୀଙ୍କ ନାମ ଲେଖାଯାଇଛି । ଦ୍ୱିତୀୟ ସ୍ତମ୍ଭରେ ସାଂସଦମାନଙ୍କୁ ସେମାନଙ୍କର ପସନ୍ଦ ଲେଖିବାକୁ ପଡିବ । ପ୍ରାର୍ଥୀଙ୍କ ନାମ ଆଗରେ ପ୍ରଥମ କିମ୍ବା ଦ୍ୱିତୀୟ ପସନ୍ଦ ଲେଖିବାକୁ ପଡିବ । ସାଂସଦମାନେ ସେମାନଙ୍କର ପସନ୍ଦ କେବଳ ସଂଖ୍ୟାରେ ଲେଖିପାରିବେ, ଶଦ୍ଦରେ ନୁହେଁ । ଉଦାହରଣ ସ୍ୱରୂପ ୧ କିମ୍ବା ୨ଲେଖିପାରିବେ, କିନ୍ତୁ ଗୋଟିଏ କିମ୍ବା ଦୁଇଟି ଶଦ୍ଦ ଲେଖିପାରିବେ ନାହିଁ । ସଂଖ୍ୟା ଗୁଡିକୁ ଆନ୍ତର୍ଜାତୀୟ ସଂଖ୍ୟା ପ୍ରଣାଳୀ, ରୋମାନ କିମ୍ବା ଯେକୌଣସି ଭାରତୀୟ ଭାଷାରେ ଲେଖାଯାଇପାରିବ ।
ଗୋଟିଏରୁ ଅଧିକ ପସନ୍ଦ ଲେଖିବା ଆବଶ୍ୟକ ନୁହେଁ । ଭୋଟ ଗଣନା ପାଇଁ ପ୍ରଥମେ ସମସ୍ତ ବାଲଟ୍‍ ପେପର ଗୁଡିକୁ ସଜାଯିବ । ବୈଧ ଏବଂ ଅବୈଧ ବାଲଟ୍‍ ପେପରଗୁଡିକୁ ପୃଥକ କରାଯିବ । ଏହାପରେ ବୈଧ ଭୋଟ ସଂଖ୍ୟା ଅନୁସାରେ କୋଟା ନିର୍ଣ୍ଣୟ କରାଯିବ । ବୈଧ ଭୋଟ ସଂଖ୍ୟାକୁ ୨ ଦ୍ୱାରା ଭାଗ କରି ଏବଂ ୧ ଯୋଡି କୋଟା ପ୍ରାପ୍ତ ହେବ । ଉଦାହରଣ ସ୍ୱରୂପ ଯଦି ମୋଟ ବୈଧ ଭୋଟ ୭୦୦ ହୁଏ, ତେବେ କୋଟା ୩୫୧ ହେବ । ଯେଉଁ ପ୍ରାର୍ଥୀ କୋଟାଠାରୁ ଅଧିକ ପ୍ରଥମ ପସନ୍ଦ ଭୋଟ ପାଇବେ ତାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷଣା କରାଯିବ ।
ଏଠାରେ କହିରଖୁଛୁ ଯେ ୪ଟି ରାଜନୈତିକ ଦଳ ଉପରାଷ୍ଟ୍ରପତି ନିର୍ବାଚନ ୨୦୨୫କୁ ବର୍ଜନ କରିଛନ୍ତି । ସର୍ବପ୍ରଥମେ ଗତକାଲି ସନ୍ଧ୍ୟାରେ ବିଜେଡି ନିର୍ବାଚନରୁ ଓହରିବା ପରେ ରାତି ସୁଦ୍ଧା ବିଆରଏସ୍‍ ନିର୍ବାଚନରୁ ଦୂରେଇ ରହିବାକୁ ଘୋଷଣା କରିଥିଲା । ବିଳମ୍ବିତ ରାତିରେ ଶିରୋମଣି ଅକାଳି ଦଳ ମଧ୍ୟ ନିର୍ବାଚନ ବର୍ଜନ କରିଥିଲା । ଏହିପରି ୧୪ଟି ଭୋଟ ହ୍ରାସ ପାଇଛି ।

  • Related Posts

    NEET ପୁନଃପରୀକ୍ଷା : ଟେଲିଗ୍ରାମ ଉପରେ ଲାଗିଲା କଟକଣା

    ନୂଆଦିଲ୍ଲୀ: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି କରାଯାଇଛି। ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ପରୀକ୍ଷା ସୁରକ୍ଷିତ ଭାବରେ ପରିଚାଳନା ହେବା…

    Continue reading
    ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା

    ମୁମ୍ବଇ : ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବଇର ନାଲାସୋପାରା ଅଞ୍ଚଳରେ ଥିବା ସାଇ ସନ୍ତୋଷୀ ଆପାର୍ଟମେଣ୍ଟସ୍ଥିତ ନିଜ ବାସଭବନରେ ରବିବାର ଆତ୍ମହତ୍ୟା କରିଥିବା ପୁଲିସ ତରଫରୁ ସୂଚନା ମିଳିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ