ପେଟ୍ରୋଲ ପମ୍ପରେ ଅଘଟଣ : ଟାଙ୍କି ଫାଟି କର୍ମଚାରୀ ମୃତ

ନୀଳଗିରି, ୨୮ ।୧୦ : ନୀଳଗିରି ବାଲିଗୋହିରି ସ୍ଥିତ ସତ୍ୟସାଇ ପେଟ୍ରୋଲ ପମ୍ପରେ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଅଘଟଣ ଘଟିଛି । ପେଟ୍ରୋଲ ପମ୍ପ ପରିସରରେ ଥିବା ପୁରୁଣା ପେଟ୍ରୋଲ ଟାଙ୍କିକୁ ବିପିସିଲ କମ୍ପାନୀ ପକ୍ଷରୁ ଗ୍ୟାସ କଟର ସାହାଯ୍ୟରେ ଟାଙ୍କିର ଭଲବ୍‌ କଟାଯାଉଥିଲା । ତେବେ ଟାଙ୍କି ଭିତରେ ଗ୍ୟାସ୍‌ ହୋଇ ଯିବାରୁ ଟାଙ୍କିଟି ବହୁ ଜୋର୍‌ରେ ଆବାଜ୍‌ କରି ଫାଟିଯିବାରୁ ଟାଙ୍କିର ଗୋଟାଏ ପଟ ପ୍ଲେଟ୍‌ ବାହାରି ଯାଇ ନିକଟରେ ଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦେହରେ ପଶି ଯାଇଥିଲା । ଫଳରେ ରେମୁଣା ବ୍ଲକର ମୁଖୁରା ପଞ୍ଚାୟତର ବିମ୍ବୁରିଆ ଗ୍ରାମର ବୀରେନ୍ଦ୍ର ସିଂହ (୬୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ଲୁହା ପ୍ଲେଟଟି ଏତେ ଜୋରରେ ଯାଇଥିଲାଯେ, ବୀରେନ୍ଦ୍ରଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା । ପରେ ନୀଳଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଲିଭାଇ ଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଖବର ପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସମସ୍ତ ପୋଲିସ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିଥିଲେ । ଖବର ପାଇ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପହଁଚି ହଙ୍ଗାମା କରିଥିଲେ । ପୋଲିସ ସେମାନଙ୍କୁ ବୁଝାଶୁଝା କରି ଖଣ୍ଡ ବିଖଣ୍ଡିତ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲକୁ ନେଇଥିଲେ । ମାତ୍ର ପରିବାରକୁ ନ୍ୟାୟ ଦାବିରେ ମରଶରୀରକୁ ମେଡିକାଲରୁ ଫେରାଇ ଆଣି ଶେରଗଡ ନୀଳଗିରି ଝରଣାଘାଟି ୧୯ ନମ୍ୱର ରାଜ୍ୟ ରାଜପଥ ବାଲି ଗୋହିରୀ ପେଟ୍ରୋଲ ନିକଟରେ ମର ଶରୀର ରଖି ବେଶ୍‌ କିଛି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପରେ ସ୍ଥାନୀୟ ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ, ପେଟ୍ରୋଲ ପମ୍ପ ମାଲିକଙ୍କ ସହ ଆଲୋଚନା ପରେ ମୃତକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

  • Related Posts

    ପୋଲିସ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଡାଟା ଅପ୍‌ଡେଟ୍‌, ଯାଞ୍ଚ ଅବଧି ୧୦ ଦିନ ବୃଦ୍ଧି

    ଭୁବନେଶ୍ୱର: ମିଳିତ ପୋଲିସ ସେବା ପରୀକ୍ଷା(ସିପିଏସ୍‌ଇ)-୨୦୨୪ ଅଧୀନରେ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୮ ରାତି ୧୦ଟା ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଓ…

    Continue reading
    ଆଜି ବି ପ୍ରବଳ ବର୍ଷିବ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଗୁରୁବାର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ